।। ରାମ ।।
ନଚି଼ହ୍ନିଲେ ରାମରାଜାହେ
ସେ କାଳରେ ତୁମ ଅଯୋଧ୍ୟାପ୍ରଜା ।୧।
ଚି଼ହ୍ନିଥିଲା ଜଣେ ଗୁହକଶବର
ଶବରଣୀ ମନେ ଭାବ ରତ୍ନାକର ।୨।
ବଳି ବିଭୀଷଣ ପରାଶରଶିଷ୍ୟ
ଜାଣିଥିଲେ କଥାମୃତ ରାମରସ ।୩।
ରାମ ଚି଼ରନ୍ତନ ସତ୍ୟ ସନାତନ
ସେ ଆଦି ଅନାଦି ସଗୁଣନିର୍ଗୁଣ ।୪।
ଶ୍ରୀରାମରେ ପ୍ରୀତି କରି ଦିବାନିଶି
ଧନ୍ୟ ହୋଇଥିଲେ ବାଲମିକ ୠଷି ।୫।
ରାମ କୃପା ବଳେ ଅଜ୍ଞାନ କୈବର୍ତ୍ତ
ବ୍ରହ୍ମଜ୍ଞାନୀ ନାମେ ଜଗତେ ବିଦିତ ।୬।
ଅହଲ୍ୟା ଉଦ୍ଧାର କରି ରଘୁନାଥ
ପୂର୍ଣ୍ଣ କଲେ ଗଉତମ ମନୋରଥ ।୭।
ତୁଳସୀ ଉପେନ୍ଦ୍ର କରି ରାମବ୍ରତ
ବିଶ୍ୱଦରବାରେ ହେଲେ ପୁରସ୍କୃତ ।୮।
ସାମାନ୍ୟ କଥନ ନଘେନିବ ଆନ
କର ଏକ ମାଳା ରାମ ନାମ ଗାନ ।୯।
ରାମ ନାମ ଗାନ ଧନ୍ୟ ତା ଜୀବନ
ରାମ ନାମ ଗାନ କରୁଥାଉ ମନ ।୧୦।
ଏତିକି ହେ ପ୍ରଭୁ ଘେନ ନିବେଦନ
ରାମପଦେ ସଦା ରହିଥାଉ ଧ୍ୟାନ ।୧୧।
★★★★★
Partner Posts
ଚିନ୍ମୟୀ ପ୍ରିୟଦର୍ଶିନୀ
Comments 0