।। ରାଧାକୃଷ୍ଣ ଡାକୁଛି ।।
ରାଧାକୃଷ୍ଣ ଡାକୁଛି ରାଧାକୃଷ୍ଣ ଡାକୁଛି
ଯମୁନା କୂଳରେ କଦମ୍ବ ମୂଳରେ
ବଇଁଶୀ ବଜାଉଛି । (୧)
ନନ୍ଦରାଣୀ ଖୋଜୁଛି ନନ୍ଦରାଣୀ ଖୋଜୁଛି
ଗୋପ ବୃନ୍ଦାବନ ମଥୁରା ଭୁବନ
ଦଇବକୀ ଚାହିଁଛି । (୨)
ଦାମ ମଧୁ ସୁଦାମ ସୁଦାମ ମଧୁ ଦାମ
ଭାବରେ ଭାବରେ ଭାବ ଲଗାଇଛି
ବୃନ୍ଦାବନ ଝୁରୁଛି । (୩)
ରାଧା ବ୍ରଜସୁନ୍ଦରୀ କୃଷ୍ଣ ମୂରଲୀଧାରୀ
କିଶୋରୀ କିଶୋର ରାଇ ଦାମୋଦର
ହଂସ ଜଳ ଖେଳୁଛି । (୪)
କୃପା କରିଲେ ତାରା ଧରି ତାରକ ଧାରା
ନବଧାରେ ଧାରେ ରାଧା ମାଧବରେ
ପଦସେବା ମିଳୁଛି । (୫)
★★★★★
Partner Posts

ଚିନ୍ମୟୀ ପ୍ରିୟଦର୍ଶିନୀ
Comments 0