।। ମଙ୍ଗଳା ।।
ମଙ୍ଗଳକାରିଣୀ ମାଆ ନାମତୋ ମଙ୍ଗଳାକି କଥା କହିବି ସାହା ହୁଅ ଗିରିବାଳା ।୧।ତୋ ପାଇଁ ସବୁ ମଙ୍ଗଳ ଡରିଛନ୍ତି ଅମଙ୍ଗଳବାଙ୍କ ନୟନରେ ଦେଖି ହସୁଛନ୍ତି ମହାକାଳ ।୨।ମଙ୍ଗଳମୟୀ ମଙ୍ଗଳା ନକରିବୁ ଅବହେଳାମହାକାଳ ପାଇଁ କାଳ ଡୁବିଯିବ ସବୁ ଭେଳା ।୩।ମହାଯତି ଉମାପତି କରିକି ପାରିବେ ଗତିନପାଇ ତୋ ଅନୁମତି ସେ ଗତି ହେବ ଦୁର୍ଗତି ।୪।ଏହି ମୋହର ଭାରତୀ ମଙ୍ଗଳା ମଙ୍ଗଳକୀର୍ତ୍ତିଅଯୋଗ ନହେଉ ନାମେ ହସୁଥାଉ ଏ ଧରିତ୍ରୀ ।୫।ନାହିଁ କାହାର ଆୟତ୍ତ ଦୀର୍ଘଶ୍ୱାସ ଦୀର୍ଘନାଶଏସୃଷ୍ଟି ହେବ ବିନାଶ ଶ୍ୱାସ ହେଲେ ଦୀର୍ଘଶ୍ୱାସ ।୬।କୋଟି କୋଟି ନାମ ତୋର ଗଣି ନପାରିବେ ହରଅଭୟା ମା’ କର ଦୟା ସବୁତ ତୋହର ମାୟା ।୭।ଅନନ୍ତକୋଟି ମଙ୍ଗଳା ନାମ ଶିବ ଗଳାମାଳାରକ୍ଷାକର ସବୁ ଭେଳା ଜପୁଛି ତୋ ନାମେ ମାଳା ।୮।ମହାବିଦ୍ୟା ମା’ ମଙ୍ଗଳା କେକରିବ ଜପମାଳାଆଜ୍ଞା ହେଲେ କାଳୀ ତାରା ତ୍ରିପୁରାସୁନ୍ଦରୀ ।୯।ଭୁବନେଶ୍ୱରୀ ଭୈରବୀ ଚ୍ଛିନ୍ନମସ୍ତାଧୂମାବତୀ ବଗଳାମୁଖୀ ମାତଙ୍ଗୀ ଜୟ ମା’ କମଳା ।୧୦।★★★★★
Partner Posts

ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ଵେତ କୁମାର ଘଡାଇ
ବାସ୍ତୁ ବିଜ୍ଞାନ ବିଶାରଦ / ବିବାହ ବିଜ୍ଞାନ ବିଶାରଦ
Comments 0