।। ଭଲପାଏ ।।
ଭଲପାଏ ଭଲପାଏ ମୁଁ ତୁମକୁ ଭଲପାଏ
ଦୂରୁ ଦେଖି ତୁମକୁ ମୁଁ ଲୁଚି଼ ଲୁଚି଼ ଚାହୁଁଛନ୍ତି ।୧।
ତୁମରି ପାଇଁ ମୁଁ ମୋ ମନ ବୀଣାରେ ଗୁଣୁଗୁଣୁ ଗୀତଗାଏ
ଶୟନେ ସପନେ ତୁମ ଛବି ଦେଖି ହସିହସି କହୁଥାଏ ।୨।
ନାଲିନାଲି ଓଠ ତୁମ ହସିଣ ହସାଉ ଥାଏ
ଓଠ ଧାର ମନ କଥା ଚୁପିଚୁପି କହିଯାଏ ।୩।
ବୟସ ଗଲାଣି ଗଡି ସଜାଇ ପ୍ରୀତିର ପେଡି଼
ମୋ ମନ ମାନସୀ କୁହ କେବେ ଆସିବ ଦଉଡି଼ ।୪।
ଦୁଇଟି ଅକ୍ଷରେ ନାମ ଯାହାକୁ କୁହନ୍ତି ପ୍ରେମ
ମିଳନେ ବା ବିରହରେ ତାର କି ନାମ ।୫।
ମୁଁ ତୁମକୁ ଚାହିଁଥିବି ଯେତେଦିନ ବଞ୍ଚିଥିବି
ଗୋ ପ୍ରେମମୟୀ ତୁମ ଜୟଗୀତି ଗାଉଥିବି ।୬।
କାଳୀ ମା' ଯେ କାଳଜୟୀ ତାହାଙ୍କୁ ମନରେ ଧ୍ୟାୟୀ
ଦେଖାହେବ ନିଶ୍ଚେ ବନ୍ଧୁ ପ୍ରେମ ଚି଼ରସ୍ଥାୟୀ ।୭।
Partner Posts
ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ଵେତ କୁମାର ଘଡାଇ
ବାସ୍ତୁ ବିଜ୍ଞାନ ବିଶାରଦ / ବିବାହ ବିଜ୍ଞାନ ବିଶାରଦ
Comments 0