।। ଭଞ୍ଜ ବୀରବର ।।
କେତେ ମନ୍ତ୍ର ଜପିଥିଲ ଭଞ୍ଜ ବୀରବର
ରାମ ତାରକରେ ସିଦ୍ଧି ହୋଇଲା ତୁମ୍ଭର ।୧।
ଦ୍ୱାଦଶ କି ଚତୁର୍ଦ୍ଦଶ ହିସାବ ବର୍ଷର
ପ୍ରତିଦିନ ଜପୁଥିଲ ସଂଖ୍ୟା କେତେ ତା'ର ।୨।
ତ୍ରିସନ୍ଧ୍ୟାରେ କଲେ ଜପ ସଂହିତା ବିଚାର
ତିନିଶତ ମାଳା ସାର ହିସାବ ଯାହାର ।୩।
ବର୍ଷରେ ହୋଇବ ଜପ ଶହେ ଆଠ ଲକ୍ଷ
ବାରବର୍ଷେ ବାରକୋଟି ଛୟାନବେ ଲକ୍ଷ ।୪।
ଚଉଦ ବର୍ଷେ ପନ୍ଦର କୋଟି ବାର ଲକ୍ଷ
କେଉଁ ସଂଖ୍ୟାରେ ହୋଇଲା ସିଦ୍ଧି ତୁମ୍ଭ ଲକ୍ଷ ।୫।
ସୁମନେ ସୁମନେ ଦୟା ବହି ଦିଅ କହି
ସଂସାରରେ ଥିଲେ କେହି ସିଦ୍ଧି କରିବଇଁ ।୬।
କି କାଳ ହୋଇଲା ଆଜି କବିତା ଚନ୍ଦ୍ରମା
କଥା ରାହୁ ଗ୍ରାସ କଲା କବିତା ଚନ୍ଦ୍ରମା ।୭।
ଶବଦ ଖୋଜନ୍ତି କବି ଲେଖା ଜଣା ନାହିଁ
ଚାରି ପାଞ୍ଚ ପଦ କଥା କବିତା କି ହୋଇ ।୮।
କ୍ଷମାକର ଉପେନ୍ଦ୍ର ହେ ଅଧମ ସନ୍ତାନେ
କବିତାଟା ଚନ୍ଦ୍ରସେଣା କି ବିଧି ବିଧାନେ ।୯।
ଚନ୍ଦ୍ରସେଣା ଯା' କବିତା ସେ କବି ତା' ପିତା
କି ଦୋଷ କଲା କବିତା ଚନ୍ଦ୍ରସେଣା ପିତା ।୧୦।
★★★★★
Partner Posts

ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ଵେତ କୁମାର ଘଡାଇ
ବାସ୍ତୁ ବିଜ୍ଞାନ ବିଶାରଦ / ବିବାହ ବିଜ୍ଞାନ ବିଶାରଦ
Comments 0