।। ପତର ଦେଇଛି ରାଈ ।।
ପତର ଦେଇଛି ରାଈ ପତର ଦେଇଛି ରାଈଏପତ୍ର ପାଇବେ କାହ୍ନୁ ଯୁବରାଜ ନନ୍ଦଶିଷ୍ୟ ମୋର କଳାକହ୍ନାଇଁନାଚି ନଚାଇବି ମୁଁ କଳାକାହ୍ନୁଙ୍କୁ ରାଜି ହେବେ ଯେବେ ସେହି ।୧।କାଇଁଚ ମାଳିଆ ମୟୁର ଚୂଳିଆ ବୃନ୍ଦାବନେ ଜଗେ ଗାଈପୀତ ଦୁକୁଳିଆ କଦମ୍ବ ମୂଳିଆ ସେହି ମୋ କଳାକହ୍ନାଇଁ ।୨।ରାଈ ପ୍ରାଣଧନ ଯଶୋଦାଜୀବନ ପଙ୍କଜନୟନ ମୂରଲୀବଦନମଦନମୋହନ ବୃନ୍ଦାବନଧନ ସେହି ମୋ କଳାକହ୍ନାଇଁ ।୩।ଉତ୍କଳ ସାଗର ଯମୁନାର ଧାର ତା ପଶ୍ଚିମତିର ଶ୍ରୀକ୍ଷେତ୍ରନଗରନୀଳଗିରିରେ ବସିଛି ଯାଇ ସେହି ମୋ କଳାକହ୍ନାଇଁ ।୪।ଜଗନ୍ନାଥ ନାମେ ଲୋକେ ପ୍ରକଟିଛି କିପରି ଅଛନ୍ତି କିସ କରୁଛନ୍ତିପଚାର ବିଶାଖା ଯାଇ ସେହି ମୋ କଳାକହ୍ନାଇଁ ।୫।★★★★★
Partner Posts

ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ଵେତ କୁମାର ଘଡାଇ
ବାସ୍ତୁ ବିଜ୍ଞାନ ବିଶାରଦ / ବିବାହ ବିଜ୍ଞାନ ବିଶାରଦ
Comments 0