।। ନୀଳ ବସନା ।।
ଆଉ ରୁଷନାରେ ନୀଳବସନା
ନୀଳମଣି ଗଲା ସରି ନୀଳନୟନା ।୧।
ମାନମୟୀ ମାନି କାହ୍ନୁ ହୃଦ ଦହନା
ମାନ ତେଜି ରାଇ ମାର ଦର୍ପଦଳନା ।୨।
ମାର ସାଜିଛି ଭଗାରି ଆଉ ମାରନା
ଧୀରା ତୋ ମୂରଲୀଧର ଅଙ୍କମଣ୍ଡନା ।୩।
ସଖି ମୁଁ ଧରୁଛି କର ଚନ୍ଦ୍ରବଦନା
ଶ୍ରୀମତୀ ଜୀବନ କାହ୍ନୂ ସଫରୀ ସିନା ।୪।
ମାନ ବା ନମାନ ସଖି ନାହିଁ ମୋ ମନା
ଜୀବ ଗଲେ ଯିବ ମୋର ରାଧିକା ବିନା ।୫।
ସାକ୍ଷୀ ଅଛି ବୃନ୍ଦାବନ ସାକ୍ଷୀ ଯମୁନା
ଶ୍ରୀରାଧା ବିନା ଶ୍ରୀକୃଷ୍ଣ ପାଷାଣ ସିନା ।୬।
ଯେବେ ଏ ଜୀବନ ଯିବ ନବନବୀନା
ରାଧାନାମ ଲେଖିଦେବ ଭାନୁନନ୍ଦନା ।୭।
ମାନତେଜି ମାନମୟୀ ଗୋବିନ୍ଦେ ଅନା
ତୁମେ ହେବ ମୋ ମୋହନ ନୀଳବସନା ।୮।
★★★★★
Partner Posts

ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ଵେତ କୁମାର ଘଡାଇ
ବାସ୍ତୁ ବିଜ୍ଞାନ ବିଶାରଦ / ବିବାହ ବିଜ୍ଞାନ ବିଶାରଦ
Comments 0