।। ଦାସୀ ।।
ଦାସୀଟିଏ ମୋତେ କରିଦେ କାଳିଆ ନିକୁଞ୍ଜ ଦୁଆରେ ଥିବି
ନଥିବେ ସେଠାରେ ଗୋପର ତରୁଣୀ ତୋ ବାଟକୁ ଚାହିଁ ଥିବି ।୧।
କୋଟି କନ୍ଦରପ ନିନ୍ଦେ ତୋର ରୂପ ସେ ରୂପକୁ ଦେଖୁଥିବି
ହେଲେ ଆଜ୍ଞା ମୋତେ ଶ୍ରୀପଦ ପଙ୍କଜେ ନିତି ସେବା କରୁଥିବି ।୨।
ତୁହିତ ମୋହର କରୁଣା ସାଗର ମୁଁ କରୁଣା ଭିକାରୁଣୀ
କେଜାଣି କାହିଁକି ଜାଣିପାରୁନାହିଁ ଝରଇ ଆଖିରୁ ପାଣି ।୩।
କାଳିଆର ଦାସୀ ବୃନ୍ଦାବନ ସାକ୍ଷୀ ଆସିବେ ନାଗରରାଜ
ସଜାଇବି ଶେଯ ପକାଇ କୁସୁମ ଆଜମୁଁ ନିକୁଞ୍ଜରାଜ ।୪।
ସେ ଗୋପତରୁଣୀ ମୋର ସପତଣୀ ନିକୁଞ୍ଜକୁ ତାଙ୍କୁ ମନା
ସେ ନାଗରୀରାଜା ହେ ନାଗରରାଜା ମୋତେ କରିଦେବେ ମନା ।୫।
ନଥିବେ ରମଣୀ ଗୋପର ତରୁଣୀ ନିକୁଞ୍ଜ ଦୁଆରେ ଥିବି
ମୋ ପ୍ରାଣପ୍ରିୟଙ୍କ ଶ୍ରୀପଦ ପଙ୍କଜେ ନିତି ସେବା କରୁଥିବି ।୬।
ଗୋପ ତରୁଣୀଏ ଜାଣନ୍ତି କିମିଆଁ ଶୁଣିଛି ମୋ ଦୁଇକାନ
ଛଡାଇ ନେବେ ସେ ନାଗରରାଜାଙ୍କୁ ବୁଝୁନାହିଁ ମୋର ମନ ।୭।
★★★★★
Partner Posts

ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ଵେତ କୁମାର ଘଡାଇ
ବାସ୍ତୁ ବିଜ୍ଞାନ ବିଶାରଦ / ବିବାହ ବିଜ୍ଞାନ ବିଶାରଦ
Comments 0