।। ଦଇବ ବଳ ।।
ବୋଲନ୍ତି ରାଘବ ଶୁଣଶୁଣ ସଉମିତ୍ରୀ
ଭାଇବଳଠାରୁ ଆଉ ନାହିଁ ବଡଶକ୍ତି ।୧।
ବୋଲନ୍ତି ସେ ସଉମିତ୍ରୀ ରାଘବଙ୍କୁ ଚାହିଁ
ବାହୁବଳଠାରୁ ବଳ ଆଉ କିଛି ନାହିଁ ।୨।
ଜନକନନ୍ଦିନୀ ଶୁଣି ବୋଲନ୍ତି ଏସନ
ଦଇବ ବଳ ଆଗରେ କେ ନୁହେଁ ସମାନ ।୩।
ପାହିଥିଲେ ରାତି ରାମ ହୋଇଥାନ୍ତେ ରାଜା
ରାତି ପାହିବା ଆଗରୁ ବନବାସୀ ପ୍ରଜା ।୪।
ପାହିଥିଲେ ରାତି ହୋଇଥାନ୍ତି ରାଜରାଣୀ
ରାତି ପାହିବା ଆଗରୁ ମୁଁ ବନବାସିନୀ ।୫।
ଦଇବର ବଳ ସିନା ଦଇବ ଜାଣଇ
ଅଜ୍ଞାନ ଅନ୍ଧକୁ ସବୁ ଅନ୍ଧାର ଦିଶଇ ।୬।
ଦଇବ ବଳଠୁଁ ବଳି ଅଛି କାର ବଳ
ଅଛି ବୋଲି କହିପାରେ ଜଣେ ତ ପାଗଳ ।୭।
ଦଇବ ଦଉଡି ସର୍ବ ଗଳେ ପଡିଅଛି
ଜେଣିକି ଟାଣିଲେ ତେଣିକି ଯାଉଅଛି ।୮।
★★★★★
Partner Posts

ଚିନ୍ମୟୀ ପ୍ରିୟଦର୍ଶିନୀ
Comments 0