।। କୁସୁମ ।।
ଜୁଇ ଜାଇ ମଲ୍ଲୀ ମାଳତୀ ମାଧବୀ ରଙ୍ଗଣୀ ମନ୍ଦାର ଚମ୍ପା
ହେନାଦି ଟଗର ବିଭୂଷଣ ମଣ୍ଡା ଗୋଲାପ ରଜନୀଗନ୍ଧା (୧)
କେଉଁ କୁସୁମରେ ଲେଖିବି କବିତା କାବ୍ୟ ସଂସାର ବିଧାତା
ସୁମନ ସୁମନ ଅନନ୍ତ କୁସୁମ କି କହିବି ତାଙ୍କ କଥା (୨)
ପଚିଶି ପ୍ରକୃତି କୁସୁମରେ ପଟ ପଟରେ ନାଟରେ ନାଟ
ସୁମନ ଇନ୍ଦ୍ରୀୟ ପ୍ରକୃତି ବଶ ପ୍ରକୃତି କରେ ଖାଲି ଛଟପଟ (୩)
ପୁଷ୍ପ ଅରବିନ୍ଦ ସବିତା ବାନ୍ଧବ କି କହିବି ଭଲ ମନ୍ଦ
ଅଶୋକରେ ଶୋକ ଶୋକରେ ଅଶୋକ ବେନିଯୋଗରେ ପ୍ରମାଦ (୪)
ଚୂତ କୁସୁମରେ ମୃଦୁ ମଳୟରେ ପ୍ରେମୀ ଯୁଗଳ ସରସ
ସୁବାସ ଉତ୍ତମ ନିଆଳି କୁସୁମ ଗୁଣୀଜନେ କରେ ବଶ (୫)
ନୀଳକଇଁ ଫୁଲ ମୂଲ ତା' ଅମୂଲ ତପିଜନ ତପ ନାଶ
ପାଞ୍ଚ କୁସୁମର ଶରଧରି କାମ କାମୀଜନ କାମ ନାଶ (୬)
ଅନନ୍ତ କୁସୁମ ମଧ୍ୟରେ କୁସୁମ ମାନସ ଶ୍ରେଷ୍ଠ କୁସୁମ
ବାହାରେ କୁସୁମ ଭିତରେ କୁସୁମ କୁସୁମେ ଶ୍ରେଷ୍ଠ କୁସୁମ (୭)
କୁସୁମ କବିତା କୁସୁମ ବନୀତା କୁସୁମ ରସିକ ନେତା
କୁସୁମ ହୃଦୟ କବି କଳାକାର ତିନି କାଳରେ ବିଜେତା (୮)
★★★★★
Partner Posts

ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ଵେତ କୁମାର ଘଡାଇ
ବାସ୍ତୁ ବିଜ୍ଞାନ ବିଶାରଦ / ବିବାହ ବିଜ୍ଞାନ ବିଶାରଦ
Comments 0