।। ବୃନ୍ଦାବନିଆଁ ।।
ଆରେ ବୃନ୍ଦାବନିଆଁ ଆଉ ମନରେ ନଲଗା ନିଆଁ
ବୃନ୍ଦାବନ ଧନ ମଦନ ମୋହନ ହେବି ମୁଁ ତୋର କନିଆଁ ।୧।
ମାତା ଯଶୋମତୀ କଥା ଦେଇଥିଲେ ସେ କଥା ରହିଲା ନାହିଁ
ବୃଷଭାନୁ ଜେମା ଆନକୁ ବରିବ ଚାରି ଗୋଠ ଗାଈ ପାଇଁ ।୨।
ଗୋବର୍ଦ୍ଧନ ମଲ୍ଲଙ୍କର ସେ କୁମର ନାମ ତାଙ୍କ ଚ଼ନ୍ଦ୍ରସେଣା
ଜଟିଳା ଜନନୀ କୁଟିଳା ଭଗିନୀ ନୁହନ୍ତି ପାଞ୍ଚରେ ଗଣା ।୩।
ଅନଙ୍ଗମଞ୍ଜରୀଙ୍କର ମୁଁ ଅଗ୍ରଜା ନାହିଁ ମୋର ଟାଣପଣ
ପିତା ମହାରାଜା କଥା ଦେଇଛନ୍ତି କରିବାକୁ ସମର୍ପଣ ।୪।
ମୁଁତ ସମର୍ପିତା ତୋ ପାଇଁ କାଳିଆ ନକହିବା କଥା ଶୁଣ
ତୋତେ ନପାଇଲେ ଲୁଣହାଣ୍ଡି ପରି ଚି଼ନ୍ତାରେ ଯିବ ପରାଣ ।୫।
ଧରୁଛି ଚ଼ରଣ ହେ ରାଧାରମଣ କର କିଛି ପ୍ରତିକାର
ତୋ ବିନା କାଳିଆ ଜୀବ ନଧରିବି ଏହି ପ୍ରତିଜ୍ଞା ମୋହର ।୬।
★★★★★
Partner Posts

ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ଵେତ କୁମାର ଘଡାଇ
ବାସ୍ତୁ ବିଜ୍ଞାନ ବିଶାରଦ / ବିବାହ ବିଜ୍ଞାନ ବିଶାରଦ
Comments 0