।। ବଡଖଣ୍ଟ ।।
ସଜନି ! ବଡଖଣ୍ଟ ସେ ନନ୍ଦଚାଟ
କଟକେ ଆକଟ କଲା ଛଟପଟ (୧)
ସଜନି ଗୋ କହିବ ନୀଳମଣିକି
ମଞ୍ଜରୀଜେମା ନଆସିବେ ପାଣିକି (୨)
ଯଶୋଦା ଜୀବନ ମୂରଲୀବଦନ
ହରିନେଲା ଗୋପୀ ପାଲଟା ବସନ (୩)
ଯନ୍ତର ମନ୍ତର ଜାଣେ ଦାମୋଦର
ଶ୍ରୀପଦ ପଙ୍କଜେ କୋଟିଏ ଜୁହାର (୪)
ଭକତ ଭୋଳିଆ ମୟୁରଚୂଳିଆ
ବୃନ୍ଦାବନଧନ ବରଜମେଳିଆ (୫)
ରାସେ ରାସେଶ୍ୱରୀ ଶ୍ରୀମତୀ ଶ୍ରୀପତି
ଅର୍ଦ୍ଧନାରୀଶ୍ୱର ଯୁଗଳମୂରତି (୬)
ଭାବକୁ ନିକଟ ଅଭାବକୁ ଦୂର
କଥାକି ବୁଝିବେ ସାଧାରଣ ନର (୭)
ଯୋଡି ବେନିକର ଧବଳକୁମାର
ଶ୍ରୀପଦ ସେବାରୁ ନକରିବ ପର (୮)
★★★★★
Partner Posts

ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ଵେତ କୁମାର ଘଡାଇ
ବାସ୍ତୁ ବିଜ୍ଞାନ ବିଶାରଦ / ବିବାହ ବିଜ୍ଞାନ ବିଶାରଦ
Comments 0